To Gali Bahare

To Gali Bahare Lyrics

To Gali Bahare  by Humane Sagar, Sagar Pradhan

Song  ·  82,012 Plays  ·  4:29  ·  Odia

℗ 2022 Akm Musique

To Gali Bahare Lyrics

ତୋ ଦେହର ସେ ବାସ୍ନା
ମୋ ଦେହେ ବାସି ଯାଏ
ତୁ ହସି ଦେଉ ଯେବେ
ମୁଁ କାଇଁ ଖୁସି ହୁଏ

ହୋ, ତୋ ଦେହର ସେ ବାସ୍ନା
ମୋ ଦେହେ ବାସି ଯାଏ
ତୁ ହସି ଦେଉ ଯେବେ
ମୁଁ କାଇଁ ଖୁସି ହୁଏ

ତୁ ଯୋଉ ବାଟେ ଯାଉ, ଆସୁ ନିତି
ସେହିଁ ବାଟ ସାରା ସବୁ ମତେ ଜାଣନ୍ତି
ହେଲେ ତୋ ଆଖିଟା ଅଚିହ୍ନା ମତେ ବାରେ

ତୋ ଘର, ତୋ ଗଳି ବାହାରେ
ତୁ ଗଲେ ତୋ ସାଙ୍ଗର ମେଳରେ
ବୁଝୁନୁ ତୁ କାହିଁକି ମୁଁ ତୋ ପିଛା କରେ?
ତୋ ଘର, ତୋ ଗଳି ବାହାରେ
ତୁ ଗଲେ ତୋ ସାଙ୍ଗର ମେଳରେ
ବୁଝୁନୁ ତୁ କାହିଁକି ମୁଁ ତୋ ପିଛା କରେ?

ଝରକା ସେପାଖେ ତତେ
ଦେଖିଲେ ରାସ୍ତା ରେ ଥାଇ
ଲାଗେରେ ମନଟା ସତେ
ମହୁ ରେ ଯାଇଛି ଧୋଇ

ଆ, ନଜର ତୋଠି କାଳେ
ପକେଇ ଦେବରେ କେହି
ଯିବିକି କଜଳ ହେଇ
ଆଖିରେ ଦବୁ ତୁ ନାଇ
ଦୂରରେ ତୁ ରହି, ଯାଉ ମତେ ଛୁଇଁ
ଦଲକାଏ ଥଣ୍ଡା ପାବନଟେ ହେଇ

କି ବାହାନାରେ ଯିବି ଭାବେ ପାଖକୁ?
ମୁଁ କିଏ ତୋର ଜଣେଇ ମୁଁ ଦବାକୁ?
ଡ଼ରୁଆ ମନ ମୋ ପଛରୁ ଭିଡ଼ି ଧରେ

ତୋ ଘର, ତୋ ଗଳି ବାହାରେ
ତୁ ଗଲେ ତୋ ସାଙ୍ଗର ମେଳରେ
ବୁଝୁନୁ ତୁ କାହିଁକି ମୁଁ ତୋ ପିଛା କରେ?
ତୋ ଘର, ତୋ ଗଳି ବାହାରେ
ତୁ ଗଲେ ତୋ ସାଙ୍ଗର ମେଳରେ
ବୁଝୁନୁ ତୁ କାହିଁକି ମୁଁ ତୋ ପିଛା କରେ?

ଲାଜର ଗହଣା ତୋର
ଚୋରେଇ ନେବି ମୁଁ ଭାବେ
ସାମ୍ନା କୁ ଆସିଲେ କାଇଁ
ଆଖିରେ ତୋର ମୁଁ ଡୁବେ

ହୋ, ଏକ ତରଫା ଏ ପ୍ରେମ
ବୁଝିବୁ କହ ତୁ କେବେ?
ନୀରବ ରହିଲେ ତୁହି
ବାଧୁଛିରେ ଭାରି ଏବେ
ଆଉ କେତେ ଦିନ ଚାଲିବ ଏମିତି?
ଝୁମିଯାଏ ମନ ବୁଲି ଚାହୁଁ ଯେବେ

ତୋ ପାଦର ସେ ଚୁମୁକିର ପାଉଁଜି
କୋଉ ଜନମର ରାଗ ଦଉଛି ସୁଝି?
ନିଦରୁ ଜଗାଏ, ସ୍ୱପ୍ନରେ ବାଜି ଧିରେ

ତୋ ଘର, ତୋ ଗଳି ବାହାରେ
ତୁ ଗଲେ ତୋ ସାଙ୍ଗର ମେଳରେ
ବୁଝୁନୁ ତୁ କାହିଁକି ମୁଁ ତୋ ପିଛା କରେ?
ତୋ ଘର, ତୋ ଗଳି ବାହାରେ
ତୁ ଗଲେ ତୋ ସାଙ୍ଗର ମେଳରେ
ବୁଝୁନୁ ତୁ କାହିଁକି ମୁଁ ତୋ ପିଛା କରେ?

Writer(s): Puspak Parida, Sagar Pradhan
Lyrics powered by www.musixmatch.com


More from To Gali Bahare

Loading

You Might Like

Loading


4m 29s  ·  Odia

℗ 2022 Akm Musique

FAQs for To Gali Bahare